୫୦ ବର୍ଷରେ ଓଭାଲରେ ଭାରତର ପ୍ରଥମ ଟେଷ୍ଟ ବିଜୟ
ଲଣ୍ଡନ : ଓଭାଲ ଟେଷ୍ଟରେ ଐତିହାସିକ ବିଜୟ ସହ ଭାରତ ଲର୍ଡ୍ସ ଟେଷ୍ଟରେ ଭୋଗିଥିବା ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେଇଛି। ଏହା ସହିତ ଭାରତ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି। ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୬୮ ରନର ଲକ୍ଷ୍ୟ ଥିବାବେଳେ ଦଳ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ରୋରି ବର୍ନସ ଓ ହସିବ ହମିଦ ୧୦୦ରନର ପାର୍ଟନରସିପ କରି ଦଳକୁ ଏକ ଭଲ ଆରମ୍ଭ ହେଇଥିଲେ ବି ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଫଳରେ ଭାରତ ଇଂଲଣ୍ଡ ହାତରୁ ବିଜୟ ଛଡ଼ାଇ ଆଣିଛି। ବର୍ନସ ୫୦, ହସିବ ୬୩ ରନ ଓ ଅଧିନାୟକ ଜୋ ରୁଟ୍ ୩୬ ରନ କରିଥିଲେ। ଭାରତ ପକ୍ଷରୁ ଉମେଶ ଯାଦବ ୩ଟି, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଦେଜା ଓ ଶାର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିଥିଲା। ଭାରତ ନିଜର ପ୍ରଥମ ଇନିଂସରେ ୧୯୧ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଇଂଲଣ୍ଡ ୨୯୦ ରନ କରିଥିଲା। ତେବେ ଭାରତ ନିଜର ୨ୟ ଇନିଂସରେ ଜୋରଦାର ଖେଳ ପ୍ରଦର୍ଶନ କରି ୪୬୬ ରନ କରିଥିଲା ଓ ଇଂଲଣ୍ଡ ଆଗରେ ୩୬୯ରନର ବିଜୟ ଲକ୍ଷ୍ୟ ରଖିଥିଲା।